ଆମ ଦୁହିଁଙ୍କର କେହି ନାହିଁ
ବଞ୍ଚିଛୁ ଆମେ ଏକାଠି ହୋଇ l l
ନା ଅଛି ଘର ନା ଅଛି ଦୁଆର
ଆମର ନାଁହାନ୍ତି କେହି ନିଜର l l
ବାପା ମାଆ ଆମର କେହି ନାହିଁ
ବଞ୍ଚିଛନ୍ତି କି ନାହିଁ ତାହା ଜାଣିନାହିଁ l l
କୋଇଲା ଖଣିରେ ଆମେ ରହିଥାଉ
ଦିନ ରାତି ଆମେ ସେଇଠି ବିତାଉ l l
ଅଳ୍ପ ବୟସ ହେବ ଭାଇଟିକୁ ମୋର
ଚାଲି ଜାଣି ନାହିଁ ଗୋଡ଼ରେ ତାର l l
ଗାମୁଛାରେ ବାନ୍ଧି ତାକୁ ପିଠିରେ ବୁହେ
ମୁଁ କମ କରୁଥାଏ ସେ ମୋ ପିଠିରେ ରହେ l l
ଖେଳନା କଣ ସେ ଜାଣି ନାହିଁ
ଗୋଡି ପଥରେ ଖେଳେ ତ ସେହି l l
ଆଲୋକରେ ସଜିତ ଏଇ ସହର
ଜାଣି ହେଉ ନାହିଁ ଏଠି ସଞ୍ଜ ସକାଳ l l
ଖାଇବାକୁ ପାଇଗଲେ ଦିନକୁ ଦିମୁଠା
କାମ କରିବାକୁ ମୋତେ ହୁଏନି କଷ୍ଟ l l
ମୁଁ ନଖାଇ ନ ପିଇ ରହିଯିବି ସିନା
ଭାଇଟିକୁ କେମିତି ଉପାସ ରଖିବି ଭଲା l l
କାଳିଆ ପାଖରେ କରୁଅଛି ଅଳି
ରଖିବୁ ତୋ ପାଖେ ଘଣ୍ଟ ଘୋଡାଇ l l
ମୋ ଆୟୁଷ କୁ ମୋ ଭାଇକୁ ଦେ
ମୋତେ ପଛେ ଯେତେ ଦୁଃଖ ଦେ l l
କେତେ ସପନ ଦେଖିଛି ତାଆରି ପାଇଁ
ମୋ ଭାଇକୁ ଦୀର୍ଘାୟୁ କର ଜଗତ ସାଇଁ l l
ଶୁଭମ ବେହେରା
ମୋ:ନଂ:7855861526


0 Comments